ଅସହାୟ ବୁଢ଼ୀ ମାଉସିଟି ନିଜ ଘର ବାରଣ୍ଡାର ବସି କଇଁ କଇଁ ହୋଇ କାନ୍ଦୁଥିଲା I ହାତରେ ଭଙ୍ଗା ତାଲାଟି ଧରି ମାଉସି କହିଲା, ଦେଖ ଝିଅ, ଏ ପାଓ ପାର୍ଟି କୁଳାଙ୍ଗାର ଗୁଡାକ ମୋ ଘର ତାଲା ଭାଙ୍ଗି ଦଶ କିଲୋ ଚାଉଳ, ଦୁଇ କିଲୋ ଆଳୁ ଚୋରି କରି ନେଇ ଗଲେ I ଆଉ ତ କିଛି ନାଇଁ ନବାକୁ I କିଛି ନାଇଁ ଖାଇବାକୁ I ମନଟା ପୁରା ମରିଗଲା ମୋର I ବିଧବା ବୁଢ଼ୀ ମାଉସି ଘରୁ ଶେଷକୁ ଚାଉଳ ଆଳୁ ଚୋରି କଲେ I ମାଉସି ପାଇଁ ଚାଉଳ ପରିବା କିଣି ଦେଇ ଆସିଲା ପରେ ମୋ ଭିତରଟା ଭାରି ଗୋଳେଇ ଘାଣ୍ଟି ହେଲା I ଆଜିର ଯୁବା ପିଢ଼ି କେତେ ତଳିତଳାନ୍ତ ହୋଇ ଗଲାଣି I ମାଉସି କହୁଥିଲା ପୋଲିସ ପାଖକୁ ଯାଇ ଅଭିଯୋଗ କଲା ପରେ ବି ପୋଲିସ କିଛି କଲା ନାହିଁ I ଆଗରୁ ଥରେ ଶୁଣିଥିଲି ଜଟଣୀରେ-
ଜଣେ ସାଙ୍ଗର ଘର ତିଆରି ହେଲା ବେଳେ ତା ଘରୁ ବୋରିଙ୍ଗ ପମ୍ପ, ପାଇପ ଚୋରି କରିଥିଲେ ପାଓ ପାର୍ଟି I କିନ୍ତୁ ଏ ପାଓ ପାର୍ଟିଟା କଣ ? ଖୋଜି ବସିଲି ମୁଁ I ଇଣ୍ଟରନେଟରେ କିଛି ମିଳିଲାନି I ପଚରାପଚରି କଲା ପରେ ଜଣା ପଡିଲା ପାଓ ପାର୍ଟି ମାନେ ପାଉଡର ପାର୍ଟି ମାନେ ଡ୍ରଗ୍ସ ପାର୍ଟି I

ଉଡତା
ପଞ୍ଜାଵରେ
ଯେମିତି
ନେତା
ମାନେ
ଡ୍ରଗ୍ସ
ବାଣ୍ଟି
ଭୋଟ
ଗଣନ୍ତି, କଣ
ଓଡିଶା, ମୋ
ଓଡିଶା
ସେଇ
ଦିଗରେ
ମୁହାଇଁଲାଣି? କଣ ଦିନ ରହୁ ରହୁ ଉଡତା ଓଡିଶା ଦେଖିବାକୁ ପଡିବ? ପନ୍ଦର ବର୍ଷରେ ଯୁବା ପିଢ଼ିଟା ଏମିତି ବଦଳି ଗଲାଣି? ଉଈ ଲାଗି ଭିତରୁ ଫମ୍ପା ହୋଇ ଗଲାଣି ଓଡିଶା? ସେଇ ଓଡିଶା ଯାହାର ଐତିହ ଏତେ ମହାନ!

ରାଷ୍ଟ୍ରୀୟ ଅପରାଧ ଅନୁସନ୍ଧାନ ବ୍ୟୁରୋ (NCRB) ଖୋଜି
ଦେଖିଲି
ଓଡିଶା
ଅପରାଧ
ଦର
ଅନୁସାରେ
ଭାରତରେ
ଅଷ୍ଟମ
ସ୍ଥାନରେ
ଅଛି
ଦୀର୍ଘ
ଦଶ
ବର୍ଷ
ହେଲା
I

ହିଂସା ଅପରାଧରେ ଓଡିଶା ବର୍ତ୍ତମାନ ଭାରତରେ ଅଷ୍ଟମ I

ଅପହରଣ ଅପରାଧରେ ଓଡିଶା ବର୍ତ୍ତମାନ ଭାରତରେ ଦ୍ୱାଦଶ I

ଅନୁସୂଚିତ ଜାତି ଓ ଜନଜାତି ଆଦିବାସୀ ମାନଙ୍କ ବିରୁଦ୍ଧରେ ଅପରାଧରେ ଓଡିଶା ବର୍ତ୍ତମାନ ଭାରତରେ ନବମ ଓ ଦଶମ ସ୍ଥାନରେ I

ଆଖି ଖୋସି ହୋଇଗଲା ଦେଖିକି ଯେ ମହିଳା ମାନଙ୍କ ବିରୁଦ୍ଧରେ ଅପରାଧରେ ଓଡିଶା ବର୍ତ୍ତମାନ ଭାରତରେ ତୃତୀୟ ସ୍ଥାନରେ ଅଛି I

ନା ପୋଲିସ ସଂଖ୍ୟା ବଢିଛି, ନା ଅପରାଧ କମୁଛି ! ପନ୍ଦର ବର୍ଷର ରାଜୁତି ପରେ ବି ଯଦି ଓଡିଶା ଏପରି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଅଛି, ତାହା ହେଲେ ବର୍ତ୍ତମାନ ସମୟ ହୋଇ ଆସିଲାଣି ଶାସନ ପରିବର୍ତ୍ତନର I

ଓଡିଶାକୁ ଅପରାଧମୁକ୍ତ କରିବା ପାଇଁ ଦରକାର ଜଣେ ଏପରି ଯିଏ ନିସ୍ଵାର୍ଥପର ଭାବେ ଓଡିଶାକୁ ପୁନର୍ବାର ଗଢି ପାରିବ;

ଜଣେ ଏପରି ଅଧିନାୟିକା ଯିଏ ସାଧାରଣ ପୁରୁଷ ଓ ମହିଳା ମାନଙ୍କୁ ଆଶ୍ୱାସନା ଦେଇ ପାରିବ;

ଯିଏ ମୋର ମାଉସିକୁ ବିଶ୍ୱାସ ଦେଇ ପାରିବ ଯେ ତା ଘରୁ ଆଉ କେବେ ଡ୍ରଗ୍ସ ପାଇଁ କେହି ଚାଉଳ ଆଳୁ ଚୋରି କରିବେ ନାହିଁ;

ଯିଏ “ଉଡତା ଓଡିଶା” ହବା ପୂର୍ବରୁହିଁ ଡ୍ରଗ୍ସ ସଙ୍କଟରୁ ଆମକୁ ମୁକ୍ତ କରି ପାରିବ I

ଯିଏ ଆମ ଓଡିଶାକୁ କରି ପାରିବ ଜଗତଜିତା, ଅପରାଜିତା I